ସ୍ତ୍ରୀକୁ ଦ୍ୱିତୀୟ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ
ଲଭ୍ ମ୍ୟାରେଜ୍ କରି ଆଉ କାହାକୁ ପ୍ରେମ କରି ବସିଲେ ସ୍ତ୍ରୀ

ପାଟନା: ପ୍ରେମର କୌଣସି ବୟସସୀମା ନାହିଁ। କେତେବେଳେ କାହାକୁ ପ୍ରେମ ହୋଇଯିବ ସେକଥା କହିହେବ ନାହିଁ। ଲଭ୍ ମ୍ୟାରେଜ୍ କରି ଆଉ କାହାକୁ ପ୍ରେମ କରି ବସିଲେ ସ୍ତ୍ରୀ। ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା। ସ୍ୱାମୀ ଏକଥା ଜାଣିବା ପରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇଛନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି ବିହାର ଛାପରା ଅଞ୍ଚଳରୁ।
ମହିଳା ଜଣଙ୍କ ପ୍ରଥମେ ଲଭ୍ ମ୍ୟାରେଜ୍ କରିଥିଲେ। ସେମାନଙ୍କର ଗୋଟିଏ ଝିଅ ଅଛି। ବିବାହ ପରେ ଆଉ ଜଣେ ପୁରୁଷଙ୍କ ପ୍ରେମ କରି ବସିଲେ ସ୍ତ୍ରୀ। ଶେଷରେ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସ୍ୱାମୀ। ଖୁସି ଖୁସିରେ ପ୍ରେମିକ ସହ ପତ୍ନୀଙ୍କୁ ବିବାହ କରାଇଦେଲେ।ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ଏହି ଘଟଣା।
ଅନ୍ୟପଟେ ପୂର୍ବ ପ୍ରେମିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମହିଳା। କହିଛନ୍ତି, ପ୍ରଥମ ବିବାହ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ। ଏବେ ନିଜ ଇଚ୍ଛାରେ ଦ୍ୱିତୀୟ ଲଭ୍ ମ୍ୟାରେଜ କରିଛନ୍ତି। ସେହିପରି ମହିଳାଙ୍କ ଦ୍ୱିତୀୟ ସ୍ୱାମୀ ବି ନିର୍ଯାତନା ଅଭିଯୋଗ ଆଣିଛନ୍ତି।