ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ନାଗସାପକୁ ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଜୀବନ। ଅଚେତ ନାଗସାପକୁ ଅକ୍ସିଜେନ୍ ଫୁଙ୍କି ବଞ୍ଚାଇଛନ୍ତି ଜଣେ ଯୁବକ। ଏ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ମାଲକାନଗିରି ନୂଆଗୁଡା ଗ୍ରାମରେ ଜଣଙ୍କ ଘରେ ଏକ ବିଷଧର ନାଗସାପ ପଶିଥିଲା। ଲୋକମାନେ ଏହାକୁ ଦେଖି ଭୟ କରିଥିଲେ। ସ୍ନେହାଶୀସ ନାୟକ ନାମକ ଜଣେ ଯୁବକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲ । ୪ ଫୁଟ୍ର ନାଗ ସାପ ଅଚେତ ହୋଇ ପଡିଥିଲା। ସେ ଏକ ପ୍ଲାଷ୍ଟିକ୍ ପାଇପ୍ ଯୋଗେ ସାପ ପାଟିରେ ପୁରାଇ ତାକୁ କିଛି ପବନ ଦେଇଥିଲେ।
ଯୁବକ ଜଣଙ୍କ ନଳୀ ସାହାଯ୍ୟରେ ସାପଟିକୁ କିଛି ସମୟ ଫୁଙ୍କିବା ପରେ ଅଚେତ ହୋଇପଡ଼ିଥିବା ସାପଟି ଚେତା ପାଇଥିଲା। ପରେ ସାପଟିକୁ ପାଣି ଦେବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା।