Odisha Link
Bridging the Missing Links in Odisha

ଘର ରଙ୍ଗ କଲାବେଳେ ଯୁବତୀଙ୍କୁ ପ୍ରେମରେ ଫସାଇ ଶାରୀରିକ ସମ୍ପର୍କ ରଖିଲା ରଙ୍ଗମିସ୍ତ୍ରୀ, ତାପରେ…

ଗତ କିଛି ଦିନ ତଳେ ସଂପୃକ୍ତ ଯୁବତୀଙ୍କ ଘରେ କେହି ନଥିବା ବେଳେ ରାକେଶ ଘର ପହଞ୍ଚି ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏଥିରେ ଯୁବତୀ ଜଣଙ୍କ ରାଜି ନ ହେବାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।

ଭୁବନେଶ୍ବର: ଘରର କାନ୍ଥକୁ ରଙ୍ଗୀନ କଲାବେଳେ ପଡ଼ୋଶୀ ଘରର ଝିଅର ମନେରେ ବୋଳି ଦେଲା ପ୍ରେମର ରଙ୍ଗ। ପରେ ଆରମ୍ଭ ହେଲା ପ୍ରେମ। ଏଥିସହିତ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ମଧ୍ୟ ଦେଲା। ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ମନ ବୁଝିଯିବା ପରେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇ ନଥିଲା ରଙ୍ଗିଲା ରଙ୍ଗମିସ୍ତ୍ରୀ। ପରେ ପ୍ରତାରଣର ଶିକାର ହୋଇଥିବା ଯୁବତୀ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ରସିକିଆ ରଙ୍ଗ ମସ୍ତ୍ରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କାକଟପୁର ଅଞ୍ଚଳର ରାକେଶ କୁମାର ନାଏକ ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, ରାକେଶ ସ୍ଥାନୀୟ ସାମନ୍ତରାୟପୁରରେ ଜଣଙ୍କ ଘର ରଙ୍ଗ କାମ କରୁଥିବା ବେଳେ ପଡ଼ୋଶୀ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାରେ ସଫଳ ହୋଇଥିଲେ । ଗତ କିଛି ଦିନ ତଳେ ସଂପୃକ୍ତ ଯୁବତୀଙ୍କ ଘରେ କେହି ନଥିବା ବେଳେ ରାକେଶ ଘର ପହଞ୍ଚି ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏଥିରେ ଯୁବତୀ ଜଣଙ୍କ ରାଜି ନ ହେବାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।

ବିବାହ ପାଇଁ ସଂପୃକ୍ତ ଯୁବତୀ ରାକେଶଙ୍କୁ କହିଥିଲେ ମଧ୍ୟ ସେ ଦିନ ପରେ ଦିିନ ଗଡାଇ ଚାଲିଥିଲେ । ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ରାକେଶକୁ ଗିରଫ କରିଛି । ପୁଲିସ ଅଭିଯୁକ୍ତ ରାକେଶ ବିରୋଧରେ ଆଇପିସିର ଧାରା ୩୭୬(କ), ୨୯୪, ୪୦୬ ଦଫା ଲଗାଇ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.