କମିବା ପରେ ବଢ଼ୁଛି ସଂକ୍ରମଣ, ଦିନକରେ ୯୫୪୧ ପଜିଟିଭ ଚିହ୍ନଟ

ଭୁବନେଶ୍ବର: କିଛିଦିନ ସଂକ୍ରମଣ କମିବା ପରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗୁରୁବାର, ଶୁକ୍ରବାର ଓ ଶନିବାର ରାଜ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା କମିବାଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଦିନକରେ ରାଜ୍ୟରେ ୯୫୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରାଣ୍ଟିନରେ ଚିହ୍ନଟ ହେଉଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
6. Boudh: 177
7. Cuttack: 716
8. Deogarh: 61
9. Dhenkanal: 117
10. Gajapati: 69
11. Ganjam: 150
12. Jagatsinghpur: 299
13. Jajpur: 489
14. Jharsuguda: 140
15. Kalahandi: 315
16. Kandhamal: 107
17. Kendrapada: 114
18. Keonjhar: 177
19. Khurda: 1342
20. Koraput: 215— I & PR Department, Odisha (@IPR_Odisha) May 30, 2021
ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୬୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୨ଜଣ, ବରଗଡ଼ ଜିଲ୍ଲାରୁ ୨୮୪ଜଣ, ଭଦ୍ରକ ଜିଲ୍ଲାରୁ ୪୬୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୧ଜଣ, ବୌଦ୍ଧ ଜିଲ୍ଲାରୁ ୧୭୭ଜଣ, କଟକ ଜିଲ୍ଲାରୁ ୭୧୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧୭ଜଣ, ଗଜପତି ଜିଲ୍ଲାରୁ ୬୯ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୯ଜଣ, ଯାଜପୁର ଜିଲ୍ଲାରୁ ୪୮୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୧୫ଜଣ, କନ୍ଧମାଳ ଜିଲ୍ଲାରୁ ୧୦୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨ଜଣ, କୋରାପୁଟ ଜିଲ୍ଲାରୁ ୨୧୫ଜଣ, ମାଲକାନଗିରି ଜିଲ୍ଲାରୁ ୧୨୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୯୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫୪ଜଣ, ନୟାଗଡ଼ ଜିଲ୍ଲାରୁ ୨୩୦ଜଣ, ନୂଆପଡ଼ା ଜିଲ୍ଲାରୁ ୫୦ଜଣ, ପୁରୀ ଜିଲ୍ଲାରୁ ୫୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୨୯ଜଣ, ସୋନପୁର ଜିଲ୍ଲାରୁ ୨୪୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୯୫ଜଣ, ଷ୍ଟେଟ୍ ପୁଲ୍ରୁ ୨୨୭ଜଣ ରହିଛନ୍ତି ।
New recoveries: 11513
Cumulative tested: 11711459
Positive: 756684
Recovered: 658646
Active cases: 95266— I & PR Department, Odisha (@IPR_Odisha) May 30, 2021
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୫୬୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୫୨୬୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୫୮୬୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।