ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍ମିଟ୍, କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ୍, ଲକ୍ଡାଉନ୍ କଟକଣା ଲଗାଇବା ସତ୍ତ୍ବେ ରାଜ୍ୟରେ ହ୍ରାସ ପାଉନି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆଜି ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କ ନିମନ୍ତେ କିଛି ଘୋଷଣା କରି ପାରନ୍ତି। କୋରେନା ସ୍ଥିତିକୁ ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କିଛିଦିନ ସଂକ୍ରମଣ କମିବା ପରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗୁରୁବାର, ଶୁକ୍ରବାର ଓ ଶନିବାର ରାଜ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା କମିବାଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଦିନକରେ ରାଜ୍ୟରେ ୯୫୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରାଣ୍ଟିନରେ ଚିହ୍ନଟ ହେଉଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।