ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା

କର୍ଣ୍ଣାଟକ: ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା। କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ପରେ ଡାକ୍ତରଖାନାରେ ଏକ୍ସ-ରେ କରାଯାଇଥିଲା। ଏବଂ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା।
ସୂଚନା ମୁତାବକ, ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ପରେ ହାଜତରେ ଥିବାବେଳେ ତା’ ପେଟରେ ଯନ୍ତ୍ରଣା ହୋଇଥିଲା ଏବଂ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକ୍ସ-ରେ କରାଯିବାରୁ ଅନ୍ତନଳୀରେ କିଛି ଥିବାର ଡାକ୍ତର ଜାଣିବାକୁ ପାଇଥିଲେ। ପରେ ରବିବାର ଦିନ ଡାକ୍ତରମାନେ ଅପରେସନ୍ କରି ପେଟରୁ ମୁଦି ଏବଂ କାନଫୁଲ ବାହାର କରିଛନ୍ତି।
ପେଟରୁ ବାହାରିଥିବା ଅଳଙ୍କାରର ଓଜନ ହେଉଛି ୩୫ ଗ୍ରାମ। ଅଳଙ୍କାରର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ। ଏବେ ଅପରେସନ ପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।