ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ
ଘର ଘର ବୁଲି ଟିକା ଦିଆଯାଉଛି
![](https://www.odishalink.com/wp-content/uploads/2021/01/vaccinations.jpg)
ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି। ରାଜଧାନୀରେ କରୋନା ଦୈନିକ ସଂକ୍ରମଣ ହାର ସବୁଠୁ ଅଧିକ ରହୁଥିବାରୁ ବିଏମସି ପକ୍ଷରୁ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କରାଯାଇଛି।
ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି।୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ।
ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏଭଳି ଅଭିଯାନ ନେଇ ବିଏମସି ଜେଡିସି ଅଶୁଂମାନ ରଥ ସୂଚନା ଦେଇଛନ୍ତି। ବିଏମସିରେ କୋଭାକ୍ସିନ୍ ଟିକାର ଅଭାବ ରହିଛି। ଏଥିପାଇଁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ କ୍ଷେତ୍ରରେ ସାମୟିକ ଭାବେ ସ୍ଲଟ୍ ବୁକିଂ ସ୍ଥଗିତ ରହିଛି।