ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ସମସ୍ତ ସାମ୍ଭାବ୍ୟ ଦିଗ ଉପରେ ଆଲୋଚନା କରାଯିବ।
ଅନ୍ୟପଟେ ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ନେବା ସହ ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ ବୋଲି ଜଣାଯାଇଛି। ଏନେଇ ହୋଇଥିବା ପିଆଇଏଲର ଶୁଣାଣି ଗୁରୁବାରକୁ ଘଞ୍ଚାଇ ଦିଆଯାଇଛି।
ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଆବେଦନକାରୀ ଚଳିତବର୍ଷ ପରୀକ୍ଷାକୁ ବନ୍ଦ କରିବା ସହ ଗତବର୍ଷ ଢାଞ୍ଚାରେ ମାର୍କ ଦେବାକୁ ଦର୍ଶାଇଛନ୍ତି।