ଟିକା ନେଲେ ମିଳିବ ୧୦ କୋଟି
![](https://www.odishalink.com/wp-content/uploads/2021/06/tika.jpg)
ନୂଆଦିଲ୍ଳୀ: କରୋନା ଟିକା ନେଲେ ମିଳିବ ୧୦ କୋଟି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବା ବେଳେ ଟିକାକରଣକୁ ଶତପ୍ରତିଶତ କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ।
ହଂକଂରେ ଲୋକଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବାକୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଚୀନ। ଏହି ଅଫର୍ ଅନ୍ତର୍ଗତ ଲକି ଡ୍ରରେ ଲଟେରି ଜିତିଥିବା ବ୍ୟକ୍ତିଙ୍କୁ ଘର ଜିତିବାର ସୁଯୋଗ ମିଳିବ।
ହଂକଂରେ ଅଧିକାଂଶ ଲୋକ ଟିକା ନେବାକୁ ଉତ୍ସୁକ ନୁହନ୍ତି। ସେଥିପାଇଁ ଡେଭ୍ଲପର୍ଙ୍କ ଦ୍ୱାରା ଏହି ଅଫର୍ ଦିଆଯାଉଛି। ଏଥିରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଉପହାର ସ୍ୱରୂପ ୧୪ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୧୦ କୋଟି ଟଙ୍କାର ଆପାର୍ଟମେଣ୍ଟ ଦିଆଯାଉଛି। ଦ ସିନୋ ଗ୍ରୁପ୍, ଏନ୍ଜି ତେଙ୍ଗ ଫୋଙ୍ଗ ଦାତବ୍ୟ ସଂସ୍ଥା ଓ ଚୀନ୍ର ଇଷ୍ଟେଟ୍ ହୋଲ୍ଡିଂସ ଏ ବିଷୟରେ ଘୋଷଣା କରିଛନ୍ତି।
ସେମାନେ ପ୍ରଦାନ କରୁଥିବା ଉପହାରରେ କୁନ୍ ଟୋଙ୍ଗ ସ୍ଥିତ ଗ୍ରାଣ୍ଡ ସେଣ୍ଟ୍ରାଲ ପ୍ରୋଜେକ୍ଟରେ ଗୋଟିଏ ଶୟନକକ୍ଷବିଶିଷ୍ଟ ୪୪୯ ସ୍କେ୍ୱୟାର ଫୁଟର ଏକ ଫ୍ଲାଟ୍ ମିଳିବ। କରୋନା ଟିକାର ଦୁଇଟିଯାକ ଡୋଜ୍ ନେଇଥିବା ଲୋକେ ଏହି ସ୍କିମ୍ର ଲାଭ ଉଠାଇ ପାରିବେ।