ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ବଢୁଛି
ଭୁବନେଶ୍ୱର: ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ। କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ,ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ବଢୁଛି। ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି।
ତେବେ ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱରରେ ପାଠୁଆମାନେ ନିୟମ ମାନୁନଥିବାରୁ ବଢୁଛି ସଂକ୍ରମଣ। ତେବେ ସଂକ୍ରମଣ ଶୀଘ୍ର ଶୀଘ୍ର ଚିହ୍ନଟ ପାଇଁ ଆଣ୍ଟିଜେନ ଉପରେ ଗୁରୁତ୍ୱ ଦିଆଯାଉଛି।
ଭ୍ୟାକ୍ସିନେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଗବେଷଣା କହୁଛି କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ। ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନ ସିଷ୍ଟମ ଉପରେ ରିସର୍ଚ କରାଯାଉଛି। ବର୍ତ୍ତମାନ ଯାଏ ଦେଶର କେତେ ସ୍ଥାନରେ ଭୁଲ ବଶତଃ ଏଭଳି ହୋଇଛି ତାହା କୌଣସି ପ୍ରତିକ୍ରିୟା ଦେଖାଦେଇନାହିଁ। ଆଗାମୀ ସମୟରେ ଆମେରିକାର କେତେକ ଔଷଧ କମ୍ପାନୀ ଏ ଦିଗରେ ଜୋରଦାର ଉଦ୍ୟମ କରୁଛନ୍ତି।