ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି।
ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର ମୂଲ୍ୟ ୧୫୯୫.୫୦ ରୁ ୧୪୭୩.୫୦କୁ ହ୍ରାସ କରାଯାଇଛି। ମୁମ୍ବାଇରେ ସିଲିଣ୍ଡର ପିଛା ମୂଲ୍ୟ୧୫୪୫ରୁ ୧୪୨୨.୫୦ ହୋଇଛି।
ତେବେ, ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ମୂଲ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ। ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ୧୪.୨ କିଲୋଗ୍ରାମ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ସିଲିଣ୍ଡର ମୂଲ୍ୟରେ କୌଣସି ମୂଲ୍ୟ ହ୍ରାସ କରାଯାଇ ନାହିଁ।