କରୋନା କାଳରେ ପଞ୍ଜାବ କଂଗ୍ରେସରେ କଳହ

ନୂଆଦିଲ୍ଲୀ: କରୋନା କାଳରେ ପଞ୍ଜାବ ରାଜନୀତିରେ ହଟଚମଟ। ଯାହାକୁ ନେଇ ପଞ୍ଜାବ ରାଜନୀତି ସରଗରମ। ଏସବୁ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସମସ୍ତ ବିଧାୟକ, ମନ୍ତ୍ରୀ ଓ ରାଜ୍ୟ ନେତା ମାନଙ୍କୁ ଦିଲ୍ଲୀ ଡକାଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଦିଲ୍ଲୀ ଆସି ହାଇ କମାଣ୍ଡଙ୍କ ଦ୍ବାରା ହୋଇଥିବା ପ୍ୟାନେଲକୁ ସାକ୍ଷାତ କରି ଯାଇଛନ୍ତି।
ଅପରପକ୍ଷେ ସାକ୍ଷାତ କରିବା ପରେ ସିଦ୍ଧୁ କହିଛନ୍ତି ଯେ, ହାଇକମାଣ୍ଡଙ୍କ ଡାକରା ପାଇ ମୁଁ ଆସିଥିଲି। ପଞ୍ଜାବ ଲୋକଙ୍କ ସ୍ବର ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚେଇବା ପାଇଁ ମୁଁ ଆସିଥିଲି। ମୁଁ ପଞ୍ଜାବର ସତ୍ୟ ଓ ବାସ୍ତବତା ବିଷୟରେ କହିଛି ବୋଲି ସେ କହିଛନ୍ତି।
ସିଦ୍ଧୁ ଆହୁରି କହିଛନ୍ତି ଯେ, ମୋର ଷ୍ଟାଣ୍ଡ ହେଉଛି ପଞ୍ଜାବ ଲୋକ ମାନଙ୍କର ଗଣାତାନ୍ତ୍ରିକ ଶକ୍ତି ଅଛି। ସେମାନେ ଏହା ପାଇବା ଉଚିତ୍। ଯାହା ସତ୍ୟ ଅଟେ ମୁଁ ସମ୍ପୂର୍ଣ୍ଣ ଭାବେ କହି ଆସିଛି। ନବଜୋତ ସିଂ ସିଦ୍ଧୁ ଆହୁରି କହିଛନ୍ତି ଯେ, ସତ୍ୟ କେବେ ପରାସ୍ତ ହୋଇପାରିବ ନାହିଁ। ଆମେ ସମସ୍ତେ ମିଶି ପଞ୍ଜାବକୁ ଜିତେଇବାକୁ ପଡ଼ିବ ବୋଲି କହିଛନ୍ତି।
I came here to present people's voices from grass root level to High Command. My stand on democratic power remains the same. The power of the people must return to the people. I have clearly stated the truth: Navjot Singh Sidhu, Punjab MLA after meeting Congress leaders in Delhi pic.twitter.com/38HlKbPR31
— ANI (@ANI) June 1, 2021
ସୂଚନାଥାଉକି, ପଞ୍ଜାବ କଂଗ୍ରେସରେ ଚାଲିଥିବା ହଟଚମଟକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଏକ ପ୍ୟାନେଲ ଗଠନ କରିଛନ୍ତି। ଏଥିରେ ତିନି ଜଣ ସଦସ୍ୟ ସାମିଲ ଅଛନ୍ତି। ପ୍ୟାନେଲର ନେତୃତ୍ବ ହରିଶ ରାଓ୍ବତ ନେଇଛନ୍ତି। କିଛିଦିନ ତଳେ ଦୁଇ ଡର୍ଜନ ବିଧାୟକଙ୍କୁ ଦିଲ୍ଲୀ ଡକାଯାଇଥିଲା। ଆଉ ପ୍ୟାନେଲ ମେମ୍ବରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।