+୨ ଛାତ୍ର ଛାତ୍ରୀଙ୍କୁ ଟିକାକରଣ!

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ନେଇ ଉଲ୍ଲେଖ କରିଛନ୍ତି ନବ ଦାସ।
ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ରେଜିଷ୍ଟ୍ରେସନରେ ସମସ୍ୟା ରହୁଛି। ତେଣୁ ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।
ରାଜ୍ୟ ସରକାର ଯୁକ୍ତ ୨ ପିଲା ଓ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି। ଘଟଣାର ଗୁରୁତ୍ୱ ଉପଲବ୍ଧି କରି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।