୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ: ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ଏବେ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏନେଇ ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ, ପରୀକ୍ଷା ବାତିଲ ହୋଇସାରିଛି। ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନହେଉ। କିଭଳି ମୂଲ୍ୟାୟନ କରାଯିବ, ସେନେଇ ବିଚାରବିମର୍ଶ ଚାଲୁ ରହିଛି। ୨ ସପ୍ତାହ ବା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ।
ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ। ଆମେ ୱେବସାଇଟରେ ମୂଲ୍ୟାୟନ ପଦ୍ଧତି ଦେବୁ। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ମଧ୍ୟ ପ୍ରକାଶ କରାଯିବ ବୋଲି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି।