ଭେଙ୍କୟା ନାଇଡୁ ଓ ଟ୍ବିଟର ବ୍ଲୁ ଟିକ୍: ପ୍ରଥମେ ହଟାଇଲା, ପରେ ଦେଲା
ନୂଆଦିଲ୍ଲୀ: କଡ଼ ଲେଉଟାଇଲା ଟ୍ବିଟର। ଶନିବାର ଦିନ କିଛି ସମୟ ପାଇଁ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟେଇ ଦେଇଥିଲା ଟ୍ବିଟର। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ବ୍ଲୁ ଟିକ୍ ହଟାଇବାର କିଛି ସମୟ ପରେ ପୁଣିଥରେ ବ୍ଲୁ ଟିକ୍ ପ୍ରଦାନ କରିଛି ଟ୍ବିଟର।
ଅନ୍ୟପଟେ ସଂଘର କିଛି ବଡ଼ କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଯାହାଙ୍କ ଆକାଉଣ୍ଟ ଅନଭେରିଫାଏଡ୍ କରି ଦେଇଛି ଟ୍ବିଟର। ଏହି ମାମଲାରେ ଟ୍ବିଟର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ସମୟ ଧରି ଏହି ସବୁ ଆକାଉଣ୍ଟକୁ ଲଗ୍ଇନ୍ କରାଯାଇ ନାହିଁ। ଏଥିପାଇଁ ଏଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି ଟ୍ବିଟର ପକ୍ଷରୁ କୁୁହାଯାଇଛି।
ସୂଚନାଥାଉକି, ବ୍ଲୁ ଟିକ୍ ହଟିବା ଅର୍ଥାତ୍ ଆକାଉଣ୍ଟଟି ଅନଭେରିଫାଆଡ୍ ଅଟେ। ଅର୍ଥାତ୍ ଭେଙ୍କୟା ନାଇଡଙ୍କୁ ବ୍ୟକ୍ତିଗତ ଟ୍ବିଟର ଅକାଉଣ୍ଟକୁ ଅନଭେରିଫାଆଡ୍ କରିଥିଲା ଏହି ସୋସିଆଲ ସାଇଟ କମ୍ପାନୀ। ଏହି ଖବର ଏବେ ଟ୍ବିଟରରେ ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଥିଲା। ଟ୍ବିଟର ୟୁଜର୍ସ ମାନେ #Venkaiah Naidu ସହ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ଯାହା ଏବେ ଟ୍ରେଣ୍ଡିର ଉପରେ ଅଛି।
ଟ୍ବିଟରର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଏ ଏହାକୁ ଭୁଲରେ ହୋଇଥିବା କହିଥିବା ବେଳେ ଆଉ କିଛି ଏହା ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମତ ରଖିଛନ୍ତି।
ଅନ୍ୟପଟେ ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ ବ୍ଳୁ ଟିକ୍ ରହିଛି। ଏନେଇ ଉପରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। କ’ଣ ପାଇଁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯାଇଛି ତାର କାରଣ ଏପର୍ଯ୍ୟନ୍ତ ମିଳିନଥିବା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅପରପକ୍ଷେ ସଂଘର ବଡ଼ ବଡ଼ କାର୍ଯ୍ୟକର୍ତ୍ତାଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିିଥିବାର ସୂଚନା ମିଳିଛି।