ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ। ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତକାଲି ଡର୍ବାନ କୋର୍ଟ ଆଶିଷ ଲତା ରାମଗୋବେନଙ୍କ ବିରୋଧରେ ଏଭଳି ଦଣ୍ଡ ଶୁଣାଇଛନ୍ତି।
ରାମଗୋବେନଙ୍କ ଉପରେ ଶିଳ୍ପପତି ଏସଆର ମହାରାଜଙ୍କୁ ଠକେଇ କରିଥିବା ଭଳି ମାମଲା ଥିଲା। ଏସଆର ମହାରାଜଙ୍କୁ ଭାରତରୁ କିଛି ସାମଗ୍ରୀ ଆମଦାନୀ ଓ ସୀମା ଶ୍ଳୁକ ଛାଡ କରିବା ନେଇ ତାଙ୍କ ଠାରୁ ୬୦ ଲକ୍ଷ ରେଣ୍ଡ ଆଣିଥିଲେ ଓ କଥା ଦେଇଥିଲେ କି ଏହାଦ୍ୱାରା ହେବାକୁ ଥିବା ଲାଭରୁ କିଛି ଅଂଶ ସେ ମହାରାଜଙ୍କୁ ଦେବେ। ୨୦୧୫ ରେ ଲତା ରାମଗୋବେନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା
ସେତେବେଳେ ରାଷ୍ଟ୍ରୀୟ ଅଭିଯାନ ପ୍ରାଧିକରଣ (ଏନପିଏ) ର ବ୍ରିଗେଡିୟର ଇଙ୍ଗବାନୀ ମୁଲୋଦଜୀ କହିଥିଲେ କି ରାମଗୋବେନ ନିବେଶକ ମାନଙ୍କୁ ବିଶ୍ୱାସ ଦେଇଥିଲେ କି ଭାରତରୁ ୩ ଟି କଣ୍ଟେନରରେ ଲିନେନ୍ ଆସୁଛି। କେବଳ ସେତିକି ନୁହେଁ ସେ ନିବେଶକ ମାନଙ୍କୁ ଜାଲ ଦସ୍ତାବିଜ ବି ପ୍ରଦାନ କରିଥିଲେ। ଏହାପରେ ମହାରାଜ ଲତାଙ୍କ ନାମରେ ଅପରାଧିକ ମାମଲା ଦାଖଲ କରିଥିଲେ।
ସେତେବେଳେ ଲତା ରାମଗୋବେନଙ୍କୁ କୋର୍ଟ ୫୦ ହଜାର ରେଣ୍ଡରେ ଜାମିନ୍ ପ୍ରଦାନ କରିଥିଲେ। ଲତା ରାମଗୋବେନ ଜଣାଶୁଣା ମାନବାଧିକାର କର୍ମକର୍ତ୍ତା ଇଲା ଗାନ୍ଧୀ ଓ ସ୍ୱର୍ଗତଃ ମେବା ରାମଗୋବିନ୍ଦଙ୍କର ସନ୍ତାନ ଅଟନ୍ତି। ଏହି ମାମଲାର ଶୁଣାଣି କରି ଡରର୍ବାନ କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।