ଲଗାଣ ବର୍ଷାରେ ମୁମ୍ବାଇରେ ଭୁଶୁଡ଼ିଲା କୋଠା, ୧୧ ମୃତ

ମୁମ୍ବାଇ: ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା। ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛି ମୁମ୍ବାଇ। ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।ଏପିରିକି ମୁମ୍ବାଇର ମାଲାଡ ଅଞ୍ଚଳରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୧୫ରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଙ୍ଗା କୋଠା ତଳେ ଆଉ କିଛି ଫଶି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରବଳ ବର୍ଷା ଜଳବନ୍ଦୀ ହୋଇ ବିଭିନ୍ନ ରୁଟରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି।
ପାଣିପାଗ ବିଭାଗ ମୁତାବକ, ଆଗାମୀ ୨୪ ଘଣ୍ଟା ଯାଏ ଏଭଳି ମୂଷଳଧାରାରେ ବର୍ଷା ହେବ। ଏପରିକି ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ଚେତାବନୀ ଦିଆଯାଇଛି। ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିବା ସମ୍ଭାବନା ରହିଛି।