‘ଆପଣଙ୍କ ଛୋଟ ଛୋଟ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇ ଦେବ’
ରାମ ଚନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ଘରଭଞ୍ଜା କୋଲ୍ହା ଗର ଗାଁରେ। ସେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ବ୍ଲକ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ଯରତ ଥିଲେ।
![](https://www.odishalink.com/wp-content/uploads/2021/06/Satyjeet-Sahoo-750x430.jpg)
ଭୁବନେଶ୍ବର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ୨୪ ବର୍ଷିୟ ପୁଅ। ଶେଷ ହେବାକୁ ବସିଲାଣି ପାଖରେ ଥିବା ଟଙ୍କା। ଦୈନକ ଖର୍ଚ୍ଚ ପାଖାପାଖି ୨୦ ହଜାର। ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଏବେ ବାପାଙ୍କ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ଯୁବ ସାମ୍ବାଦିକ ସତ୍ୟଜିତ ସାହୁ।
ଆପଣଙ୍କ ଛୋଟ ଛୋଟ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ଦୟାକରି ସାହାଯ୍ୟ କରନ୍ତୁ, ମୋ ବାପାଙ୍କୁ ବଞ୍ଚାଇ ଦିଅନ୍ତୁ । ରାଜ୍ୟବାସୀଙ୍କୁ କିଛି ଏଭଳି ଭାବେ ସାହାଯ୍ୟ ଭିକ୍ଷା କରିଛନ୍ତି ଜଣେ ଦୁର୍ଘଟଣାଗ୍ରସ୍ତ ବାପାର ପୁଅ । ଆଉ ସମସ୍ତଙ୍କଠୁ ଆଶା କରିଛନ୍ତି ଛୋଟିଆ ସାହାଯ୍ୟ । ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଜାରି ରଖିଛନ୍ତି ସମସ୍ତ ପ୍ରକାର ଉଦ୍ଯମ । ବାପା ରାମ ଚନ୍ଦ୍ର ସାହୁ ( ୬୦ )ଙ୍କୁ ବଞ୍ଚାଇବା ପାଇଁ ମିଲାପ ଆପ ସହଯୋଗର ହାତ ବଢାଇଛି। ଏହି ଆପ ମାଧ୍ଯମରେ ବଦାନ୍ଯ ବ୍ଯକ୍ତିମାନେ ସହାୟତାର ହାତ ବଢାଇବା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ରାମ ଚନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ଘରଭଞ୍ଜା କୋଲ୍ହା ଗର ଗାଁରେ। ସେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ବ୍ଲକ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ଯରତ ଥିଲେ। ରାମ ଚନ୍ଦ୍ର ଗତ ଏପ୍ରିଲ ୨୨ ତାରିଖରେ ରାଜକନିକାରୁ ଚାନ୍ଦବାଲି ଯିବା ସମୟରେ ଓସ୍ତିଆ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଫଳରେ ରାମ ଚନ୍ଦ୍ରଙ୍କ ଅଣ୍ଟା, ଛାତି ହାଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ୫୦ରୁ ଅଧିକ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେବା ଯୋଗୁଁ ପୁଅ ସତ୍ଯଜିତଙ୍କ ପାଖରୁ ପ୍ରାୟ ସମସ୍ତ ଅର୍ଥ ଶେଷ ହୋଇ ସାରିଲାଣି।
ଆଗାମୀ ସର୍ଜରୀ ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି। ହେଲେ ଏତେ ଟଙ୍କା ଯୋଗାଡ କରିବା ରାମଚନ୍ଦ୍ରଙ୍କ ପରିବାର କିମ୍ବା ତାଙ୍କ ପୁଅ ସତ୍ୟଜିତଙ୍କ ପକ୍ଷେ ଅସମ୍ଭବ। ତେଣୁ ଅନ୍ୟ କିଛି ଉପାୟ ନପାଇ ସେ ଏବେ ସାହାଯ୍ୟ ଭିକ୍ଷା କରିଛନ୍ତି।
ତେବେ ଅପାଣମାନେ ଚାହିଁଲେ ସତ୍ୟଜିତଙ୍କୁ ସାହାଯ୍ୟର ହାତ ବଢ଼ାଇ ପାରିବେ। ଆପଣ ତାଙ୍କୁ ଫୋନ୍ ପେ/ ଗୁଗୁଲ ପେ ନମ୍ବରରେ ୭୯୭୮୫୧୫୩୯୭ ଟଙ୍କା ପଠାଇ ପାରିବେ। ଏହାସହ ମିଲାପ ଆପ୍ ଜରିଆରେ ଆପଣ ସତ୍ୟଜିତଙ୍କ ବାପାଙ୍କୁ ବଞ୍ଚାଇବାକୁ ସହାୟତା କରିପାରିବେ। ଏହି ଲିଙ୍କ କ୍ଲିକ୍ କରନ୍ତୁ:
https://milaap.org/fundraisers/support-ramachandra-sahoo?utm_source=shorturl