ବ୍ଲାକ ଫଙ୍ଗସ ଔଷଧ ଉପରୁ ଟିକସ ଛାଡ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଟିକା ଓ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ କହିଛନ୍ତି।
ଜିଏସଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ଦୁଇ ଔଷଧ ଉପରୁ ଟିକସ ସମ୍ପୂର୍ଣ୍ଣ ଉଠାଯାଇଛି। ଟୋସଲିଜୁମାବ, ଆମ୍ଫୋଟେରିସିନ-ବି ଉପରେ ଏଣିକି କୌଣସି ଟିକସ ଲାଗିବନାହିଁ। ପୂର୍ବରୁ ଏହି ୨ ଔଷଧ ଉପରେ ୫% ଜିଏସି ଲାଗୁ ହେଉଥିଲା।’