ଓଡ଼ିଶାର ୩ ଜିଲ୍ଲାରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: କରୋନାର ସଂକ୍ରମଣର ଘନତ୍ୱ ଜାଣିବା ପାଇଁ ଦେଶର ୭୦ ଏବଂ ଓଡ଼ିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିଦେ୍ର୍ଧଶିକା ଡା. ସଂଘମିତ୍ରା ପତି।
ଚନା ଅନୁଯାୟୀ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଜୁନ ୧୬ କିମ୍ବା ୧୭ରୁ ଆରମ୍ଭ ହୋଇ ଜୁନ ୨୧/୨୨ ସୁଦ୍ଧା ସାରିବା ନେଇ ଲକ୍ଷ୍ୟ ରହିଛି।
୬ ବର୍ଷରୁ ଊଦ୍ଧ୍ୱର୍ ପିଲାଙ୍କୁ ବି ସେରୋ ସର୍ଭେରେ ସାମିଲ କରାଯିବ। ଓଡ଼ିଶା ସରକାରଙ୍କ ଲଜିଷ୍ଟିକ ସପୋର୍ଟରେ ଆରଏମଆରସି ସର୍ଭେ କରିବ ବୋଲି ଆରଏମଆରସି ନିଦେ୍ର୍ଧଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।