ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅମୂଲ୍ୟ, ଇକ୍ମୋ ଚିକିତ୍ସା ପାଇଁ ସାହାଯ୍ୟ ଲୋଡୁଛନ୍ତି ସ୍ତ୍ରୀ

ନୟାଗଡ଼: ଅନ୍ୟମାନଙ୍କ ପାଇଁ ବିପଦର ବନ୍ଧୁ ଥିଲେ। ହେଲେ ମହାମାରୀ କରୋନା କାଳରେ ସେ ଅସହାୟ। କରୋନା ପିଜଟିଭ ହେବା ପରେ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ନୟାଗଡ଼ର ଅମୂଲ୍ୟ ପରିଡ଼ା। ଏବେ ତାଙ୍କୁ ଦରକାର ଇକମୋ ଚିକିତ୍ସା। ଶଙ୍ଖା-ସିନ୍ଦୂର ବଞ୍ଚାଇବାକୁ ସ୍ତ୍ରୀ କରୁଛି ଆକୁଳ ନିବେଦନ। ଅନପ୍ୟଟେ ବାପାଙ୍କ ଫେରିବା ବାଯକୁ ଚାହିଁ ବିସିଛି ୩ ବର୍ଷର କୁନି ଝିଅ। ଦିନେ ଯିଏ ବିଭିନ୍ନ ସମୟରେ ରକ୍ତଦାନ କରି ପର ଜୀବନ ବଞ୍ଚାଉଥିଲା ଆଜି ତାର ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥୀ ସମସ୍ତେ ନିବେଦନ କରୁଛନ୍ତି।
ମୋ ପାପାଙ୍କୁ ଜଗନ୍ନାଥ ଭଲ କରି ଦିଅନ୍ତୁ। ମୋ ପାପା ଭଲ ହୋଇ ମୋ ପାଖକୁ ଫେରିଆସନ୍ତୁ। ବାପାଙ୍କ ଚିକିତ୍ସା ପାଇଁ ଜଗନ୍ନାଥଙ୍କ ନିକଟରେ ଏଭଳି ଆକୁଳ ନିବେଦନ କରିଛି ୩ ବର୍ଷର ନିଷ୍ପାପ ଝିଅ। ବାପା ଭଲ ହୋଇ ଫେରିଲେ ସାଇକେଲ୍ ଆଣିଦେବେ ବୋଲି କୁନି ଝିଅ ମନରେ କଅଁଳ ଆଶା। ସେପଟେ ସ୍ଵାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ। ଆଉ ପୁଅ କିପରି ଭଲ ହୋଇ ଫେରିବ ସେହି ଚିନ୍ତାରେ ମାଆର ଆଖିତୁ ଶୁଖୁନି ଲୁହ। ଦିନେ ଯିଏ ବିଭିନ୍ନ ସମୟରେ ରକ୍ତଦାନ କରି ପର ଜୀବନ ବଞ୍ଚାଉଥିଲା ଆଜି ତାର ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥୀ ସମସ୍ତେ ନିବେଦନ କରୁଛନ୍ତି ।
ନୟାଗଡ଼ ସହରର ବାରମାସି ଦଣ୍ଡାରେ ରୁହନ୍ତି ଅମୂଲ୍ୟ ପରିଡ଼ା। ବୟସ ତାଙ୍କର ୩୩ ବର୍ଷ। ଏହି ଯୁବକ ଜଣଙ୍କ କମ୍ପୁଟର୍ ମରାମତି କାର୍ଯ୍ୟ କରି ଚଳାନ୍ତି ପରିବାର। ଗତ କିଛି ଦିନ ତଳେ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କୁ କରୋନା ହୋଇଥିଲା। ମାଆ , ଭାଇ , ସ୍ତ୍ରୀ ଭଲ ହୋଇ ଘରକୁ ଫେରିଥିଲେ ମଧ୍ୟ ୧୫ ଦିନ ହେଲା ଅମୂଲ୍ୟ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହା ଭିତରେ ତାଙ୍କର ଦୁଇ ଦୁଇଟି ଅପରେସନ୍ ସରିସାରିଛି। ପାଖାପାଖି ୪ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି ଜୀବନ ରକ୍ଷା ପାଇଁ ଇକ୍ମୋ ଚିକିତ୍ସା ଆବଶ୍ୟକ ବୋଲି ଏବେ ଡାକ୍ତର କହିବା ପରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।
ଇକମୋ ଚିକିତ୍ସା ପାଇଁ କୋଟିରୁ ଉର୍ଦ୍ଧ୍ବ ଟଙ୍କା କେଉଁଠୁ ଆଣିବୁ? ଘରବାଡ଼ି ସବୁ ବିକ୍ରି କରିଦେଲେ ବି ଏତେ ଟଙ୍କା ହୋଇ ପାରିବ ନାହିଁ। ତେଣୁ ସରକାର ଏବଂ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ପରିବାର ସଦସ୍ୟ। ସବୁ ସମୟରେ ରକ୍ତଦାନ କରିବା ସହ ସମାଜ ସେବା କାର୍ଯ୍ୟକୁ ଆପଣାଇ ନେଇଥିବା ସ୍ଵାମୀଙ୍କୁ ଏବେ ସମସ୍ତଙ୍କୁ ସାହାଯ୍ୟ ପାଇଁ ସ୍ତ୍ରୀ ମଧୁସ୍ମିତା ଅନୁରୋଧ କରିଛନ୍ତି। ସ୍ଵାମୀଙ୍କୁ କୋଲକାତା କିମ୍ବା ହାଇଦ୍ରାବାଦ୍ ନେଇ ଚିକିତ୍ସା କରିବା ତାଙ୍କ ପକ୍ଷରେ ଅସମ୍ଭବ ତେଣୁ କିଛିଟା ସାହାଯ୍ୟ ପାଇଲେ ତାଙ୍କ ସ୍ଵାମୀ ବଞ୍ଚିଯିବେ ବୋଲି ସେ ଆଶା ରଖିଛନ୍ତି।
ଅମୂଲ୍ୟଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ପାଇଁ ଚାହଁଥିବା ବ୍ୟକ୍ତି ଏହି ଆକାଉଣ୍ଟରେ ସାହାଯ୍ୟ କରିପାରିବେ।
ମଧୁସ୍ମିତା ଲେଙ୍କା
ଆକାଉଣ୍ଟ ନମ୍ବର – 3368101008045
କାନାରା ବ୍ୟାଙ୍କ
ଆଇଏଫଏସସି କୋଡ୍- CNRB0003368
ଫୋନ୍ ପେ/ ଗୁଗୁଲ ପେ ନମ୍ବର- 9583111610