୩ ଜିଲ୍ଲାରେ ସେରୋ ସର୍ଭେ ପାଇଁ ନିର୍ଦ୍ଦେଶ
![](https://www.odishalink.com/wp-content/uploads/2021/04/acs.jpg)
ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାକୁ ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହାରି ମଧ୍ୟରେ ୩ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗଞ୍ଜାମ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୬ରୁ ୧୯ ତାରିଖ ମଧ୍ୟରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ୩ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର।
ରାଜ୍ୟରେ ଆଜି ୮୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୮ ଲକ୍ଷ ୪ ହଜାର ୯୮୧ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୮୭ ଜଣ ରହିଛନ୍ତି।