ପୁଣି ବଢ଼ିଲା ତୈଳ ଦର, ମାଲକାନଗିରିରେ ଟପିଲା ୧୦୦
ଭୁବନେଶ୍ୱର: ପୁଣି ବଢ଼ିଲା ତୈଳ ଦର। ଦେଶରେ କ୍ରମାଗତ ଭାବେ ତେଲ ଦର ବଢ଼ି ଚାଲିଛି। ଏହାରି ମଧ୍ୟରେ ଆଜି ପୁଣି ଥରେ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି ହୋଇଛି। ଫଳରେ ଦେଶରେ ତେଲଦର ନୂଆ ଉଚ୍ଚତାକୁ ଛୁଇଁଛି।
ଓଡ଼ିଶାର ମାଲକାନଗିରିରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି। ଜିଲ୍ଲାରେ ଏବେ ପେଟ୍ରୋଲ ୧୦୨.୨୩ ଓ ଡିଜେଲ ୧୦୦.୦୧ରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୭.୧୬ରେ ପହଞ୍ଚିଥିବା ବେଳେ ଡିଜେଲ ୯୫.୧୧ରେ ପହଞ୍ଚିଛି।
ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ପହଞ୍ଚିଛି। ମୁମ୍ୱାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ପହଞ୍ଚିଛି।