ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ନୟାପଲ୍ଲୀ ପୁଲିସ୍ ସହାୟତାରେ ଚାଇଲ୍ଡ ଲାଇନ୍ ଏହି ନାବାଳିକାକୁ ଉଦ୍ଧାର କରିଛି।
ଘରୋଇ କାମ ପାଇଁ ଏହି ଛୋଟ ଝିଅଟିକୁ ବ୍ରହ୍ମପୁରର ଏକ ଗାଁରୁ ଗତବର୍ଷ ନଭେମ୍ବର ମାସରେ ଅଣାଯାଇଥିଲା। ତାର ବାପା ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ମା’ ଘରୋଇ ସହାୟିକା ଭାବେ କାମ କରନ୍ତି।
ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ପୁଅ ହାଇଦ୍ରାବାଦରେ ଏକ ଆଇନ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଆଉ ଝିଅ ଆଇଆରସି ଭିଲେଜରେ ଏକ ଇଂଲିଶ ମିଡିୟମ୍ ସ୍କୁଲ ଚଲାଇଥାନ୍ତି। ତେବେ ଏନେଇ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।