ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି। ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଏହି ଘଟଣା ଘଟିଛି। ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।
ଭିତରକନିକା ଜାତୀୟ ଉଦ୍ୟାନରେ ଓ ଏହା ବାହାରେ ପ୍ରବାହିତ ନଦୀ, ନାଳଗୁଡିକ କୁମ୍ଭୀରମାନଙ୍କର ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ସେ ସବୁ ଅଞ୍ଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ। ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା,ଗହୀରମଥା ଓ କନିକା ରେଞ୍ଜ ଅଧୀନରେ ଯାଉଥିବା ଗାଁ ଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି ସବୁ ଅଞ୍ଚଳରେ ଅନେକ ସମୟରେ ମଣିଷ ଓ ଗାଈ-ଗୋରୁଙ୍କୁ କୁମ୍ଭୀର ଟାଣି ନେଇଥାଏ।