ରାଜଧାନୀରେ ଲଭ-ସେକ୍ସ-ଧୋକା ଅଭିଯୋଗ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଲଭ-ସେକ୍ସ-ଧୋକା ଘଟଣା। ପ୍ରେମ କରି ପ୍ରତାରଣା ଦେଇଥିବା ଅଭିଯୋଗ ଇନ୍ଫୋସିଟି ଥାନାରେ ହୋଇଥିଲା। ତଦନ୍ତ ପରେ ପ୍ରତାରଣା ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ।
ସୂଚନା ମୁତାବକ, ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଏନେଇ ଇନ୍ଫୋସିଟି ଥାନାରେ ଯୁବତୀଙ୍କ ଅଭିଯୋଗ କରିଥିଲେ। ପୁଲିସ ପ୍ରେମିକ ଅରଜିତ ଜେନାକୁ ଗରିଫ କରିଛି। ଉଭୟ ଯୁବକ ଯବୁତୀ କ୍ୟାପିଟାଲ ହସ୍ପିଟାଲରେ ଚାକିରୀ କରିଥିବା ନେଇ ସୂଚନା ମିଳିଛି।