ରାମମନ୍ଦିର ଜମି ବିବାଦ: ୨ କୋଟିର ଜମିକୁ ୧୮.୫ କୋଟିରେ କିଣିଲା ରାମ ଜନ୍ମଭୂମି ଟ୍ରଷ୍ଟ
![](https://www.odishalink.com/wp-content/uploads/2020/02/ram-mandir.jpg)
ଲକ୍ଷ୍ନୌ: ଅଯୋଧ୍ୟା ରାମମନ୍ଦିର ଜମି କଣିବା ନେଇ ବିବାଦ ଥମିବାର ନାଁ ଧରୁନାହିଁ । ହଠାତ ୧୦ ମିନିଟରେ ୧୮.୫ କୋଟି ହୋଇଥିବା ଜମିର ମୂଲ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ନେଇ ଜୋର ଧରିଛି ୟୁପି ରାଜନୀତି। ହମିଦ ହନସାରୀ ନାମକ ଜଣେ ବ୍ୟକ୍ତି ତିନି ଏକର ଜମିକୁ ୨୦୧୧ ମସିହାରେ ୨ କୋଟିରେ କିଣିଥିଲେ। କିନ୍ତୁ ଏହି ଜମିକୁ ରାମ ଜନ୍ମଭୂମି ଟ୍ରଷ୍ଟ ୧୮ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି।
ଏହି ଘଟଣାରେ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ବିରୋଧି ଦଳ ଗୁଡ଼ିକ ଆକ୍ଷେପ କରୁଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାମ ଜନ୍ମଭୂମି ଟ୍ରଷ୍ଟକୁ ରିପୋର୍ଟ ମାଗିଛନ୍ତି ନଡ୍ଡା ଏବଂ ଶାହା। ରାମ ଜନ୍ମ ଭୂମି ଜମି କିଣା ମାମଲାରେ ବିଜେପି ବଡ଼ ଧରଣର ଦୁର୍ନିତୀ କରିଥିବା ନେଇ ଅଭିଯୋଗ କରିଥିଲେ ବିରୋଧି ଦଳ। ସମାଜବାର୍ଦୀ ପାର୍ଟି ଏବଂ ଆମ ଆଦମୀ ପାର୍ଟି ଏନେଇ ବିଜେପି ବିରୋଧରେ ଆରୋପ ଲଗାଇଛନ୍ତି ।
ଏହି ଘଟଣାରେ କୌଣସି ସତ୍ୟତା ନାହିଁ ବଂର ଜମିର ମୂଲ୍ୟ ଅନୁଯାୟୀ ହିଁ ଏହାକୁ କିଣାଯାଇଥିବା କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ମହାସଚିବ । ଅନ୍ୟପଟେ ଗୃହମନ୍ତଚ୍ରୀ ଅମିତ ଶାହା ଏହାରୁ ପୁଙ୍ଖାନୁପୁଙ୍କ ରିପୋର୍ଟ ମାଗିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦମି ଘଟଣାରେ ରିପୋର୍ଟ କାର୍ଡ ମଗାଇଛନ୍ତି।