ଲ୍ୟାଣ୍ଡିଙ୍ଗ୍ ବେଳେ ଫାଟିଲା ବିମାନ ଟାୟାର୍

ହୁବଲୀ: ଲ୍ୟାଣ୍ଡିଙ୍ଗ୍ ବେଳେ ଫାଟିଲା ବିମାନ ଟାୟାର୍। କର୍ଣ୍ଣାଟକ ହୁବଲୀରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା। ଗତକାଲି ସନ୍ଧ୍ୟାରେ। ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ କୌଣସି ପ୍ରକାରର ଜୀବନ ହାନି ହୋଇନାହିଁ।ସମସ୍ତେ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁସାରେ, ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ-୭୯୭୯ କେରଳର କନ୍ନୁରରୁ କର୍ଣ୍ଣାଟକର ହୁବଲୀ ଆସୁଥିଲା। ତେବେ ହୁବଲୀରେ ଲ୍ୟାଣ୍ଡ କରିବା ସମୟରେ ହଠାତ୍ ବିମାନର ଟାୟାର୍ ଫାଟି ଯାଇଥିଲା। କିନ୍ତୁ ଏହି ସମୟରେ କ୍ରୁ ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ଆଣିଥିଲେ। ଯାହାଫଳରେ ଏକ ବଡ ଦୁର୍ଘଟଣା ଟଳିଯାଇଥିଲା।