‘ବେଲୁନ୍ ବୋମା’ ନିକ୍ଷେପ କରିବାରୁ ଗାଜା ଉପରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ

ଜେରୁଜେଲମ୍: ପାଲେଷ୍ଟାଇନୀୟ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲରେ ‘ବେଲୁନ୍ ବୋମା’ ନିକ୍ଷେପ କରିବାରୁ ଗତ ରାତିରେ ଇଜ୍ରାଲୀୟ ବାୟୁସେନା ଗାଜା ଷ୍ଟ୍ରିପ୍ ଉପରେ ବିମାନ ଆକ୍ରମଣ କରିଥିବା ଜଣାପଡ଼ିଛି।
୧୧ ଦିନ ଧରି ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ଗାଜାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ପ୍ରତିଷ୍ଠାନ ମାଟିରେ ମିଶିଥିଲା। ସେହିପରି ପାଲଟା ଆକ୍ରମଣରେ ଇସ୍ରାଏଲରେ ମଧ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ବିଶ୍ୱର ବିଭିନ୍ନ ରାଷ୍ଟ୍ର ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିବା ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ମେ’ ୨୧ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଚୁକ୍ତି ହୋଇଥିଲା। ହେଲେ ଏହାକୁ ଇସ୍ରାଏଲ ଉଲ୍ଲଙ୍ଘନ କରିଛି।ଗତରାତିର ‘ବେଲୁନ୍ ବୋମା’ ଏବଂ ‘ବିମାନ ଆକ୍ରମଣ’ ହୋଇଛି।
ଇସ୍ରାଏଲ ବାୟୁସେନା ଗାଜାର ଖାନ ୟୋନେସର ଗୋଟିଏ ସ୍ଥାନ ଉପରେ ଆକ୍ରମଣ କରିଛି। ଏଠାରେ ଥିବା ଜଣେ ଫଟୋ ଜର୍ଣ୍ଣାଲିଷ୍ଟ ଏୟାର ଷ୍ଟ୍ରାଇକ ପରେ ହୋଇଥିବା ବିସ୍ଫୋରଣକୁ କ୍ୟାମେରାରେ କଏଦ କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି ଜଳନ୍ତା ବେଲୁନ ମାଡ଼ର ଜବାବ ଦେଶର ବାୟୁସେନା ଦେଇଛନ୍ତି। ହମାସ ଟେରର ସଂଗଠନର ମିଲିଟାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି। ଏଠାରେ ଥିବା ଆତଙ୍କବାଦୀଙ୍କ ବିଭିନ୍ନ ଘର ଓ ମିଟିଂ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ତେବେ ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ନୂଆ ବିବାଦକୁ ସୃଷ୍ଟି କରିଛି।