ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଭାଙ୍ଗିଲେ ଏକାଧିକ ଗାଡି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଠେଙ୍ଗା, ଭୁଜାଲି ଧରି ଭାଙ୍ଗିଲେ ଏକାଧିକ ଗାଡି। ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ-୩ରେ ଏଭଳି ଘଟଣା ଘଟିଛି।
୮ ରୁ ୧୦ ଜଣ ହାତରେ ଠେଙ୍ଗା, ଭୁଜାଲି ଓ ଖଣ୍ଡା ଧରି ଆସି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ କାର୍ ଓ ବାଇକ ହୋଇଛି ଗୁଣ୍ଡ। ଗତକାଲି ମଧ୍ୟରାତ୍ରୀରେ ଏପରି ଘଟଣା ଘଟିଛି। ତେବେ ଭଙ୍ଗାରୁଜା କଣ ପାଇଁ ହୋଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।