୫ ବର୍ଷର ଶିଶୁକୁ ହତ୍ୟାକରି ମୁଣ୍ଡଗଣ୍ଡି କଲା ଅଲଗା

ନୟାଗଡ଼: ୫ ବର୍ଷର କୁନି ଝିଅକୁ ହତ୍ୟାକରି ମୁଣ୍ଡଗଣ୍ଡି ଅଲଗା କଲା ଅଭିଯୁକ୍ତ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକରେ ଥିବା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁରେ।
ହତ୍ୟାକାଣ୍ଡର ଶିକାର ହୋଇଥିବା ନାବାଳିକାର ବୟସ ୫ ବର୍ଷ। ନାବାଳିକା ଚାରିଦିନ ଧରି ନିଖୋଜ ଥିଲା। ଏହି ଘଟଣାରେ ପୋଲିସ ସାଗର ଦଳେଇ(୨୦) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ବୁଧବାର ଗ୍ରାମ ନିକଟସ୍ଥ ଏକ ବୁଦା ଭିତରୁ ମୃତଦେହ ଜବତ କରାଯାଇଛି। ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ମିଳିଛି।ନାବାଳିକା ଜଣଙ୍କୁ କାହିଁକି ହତ୍ୟା କରାଗଲା ତାହା ଜଣାପଡିନାହିଁ। ନିଖୋଜର ୪ ଦିନ ପରେ ପୋଲିସ ନାବାଳିକା ମୃତଦେହ ଜବତ କରିବା ପରେ ନୂଆଗାଁ ପାଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।