ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଓଡ଼ିଶା ସଂସ୍କୃତି ବିଭାଗ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ବର୍ତ୍ତମାନ ସେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ଥିବାରୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଛି।
ସୂଚନା ଯୋଗ୍ୟ, ଗତ ୨୭ ଦିନ ହେବ ସେ କୋଭିଡ୍ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାର ପକ୍ଷରୁ ଆର୍ଥିକ ସହାୟତା ଲୋଡାଯାଇଥିଲା। ପରିବାର ପକ୍ଷରୁ ତାଙ୍କୁ କୋଲକାତା ଏୟାର ଆମ୍ବୁଲାନ୍ସ କରିବାକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି।