୪ ସିଂହଙ୍କ ଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ

ଚେନ୍ନାଇ: ପଶୁଙ୍କ ଶରୀରକୁ ବ୍ୟାପିଲାଣି କରୋନା ଭୂତାଣୁ। ଚେନ୍ନାଇର ଆରିଗନାର ଜୁଲୋଜୀ ପାର୍କର ୪ ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ’ ମାସରେ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଟି ସିଂହ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି।
ଏହି ସିଂହ ମାନଙ୍କର ଜେନୋମ ସିକୁଏନସିଙ୍ଗ ଭୋପାଳର ଏନଆଇଏଚଏସଏଡି ଠାରେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଟି ସିଂହଙ୍କ ଶରୀରରେ କ୍ରମ ପାଙ୍ଗୋଲିନ ବଂଶଜ ବି,୧.୬୧୭.୨ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନାମକରଣ ମୁତାବକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି।
ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ସତର୍କ କରାଇଛନ୍ତି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କହିବା ମୁତାବକ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ। ଏଭଳି ସ୍ଥିତିରେ ପଶୁମାନଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ।