ଶିଶୁ ବିକ୍ରି ମାମଲା: ମାଳିସାହିରୁ ଶିଶୁକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଶୁ ବିକ୍ରି ମାମଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ।
୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।
ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଚାଇଲ୍ଡ ଲାଇନ୍ ଟିମ୍।