ପୁଣି ବଢ଼ିଲା ତୈଳଦର

ଭୁବନେଶ୍ବର: ଆଜି ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଯାଇଛି।
ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କା ଥିବା ବେଳେ ମୁମ୍ବାଇରେ ଯଥାକ୍ରମେ ୧୦୩.୩୬ଟଙ୍କା ଓ ୯୫.୪୪ ଟଭ୍କା ରହିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ୯୭.୯୮ ଟଙ୍କାରେ ପହଞ୍ଚିଯାଇଛି। ସେହିପରି ଡିଜେଲ ଦର ୯୫.୮୭ ଟଙ୍କା ଛୁଇଁଛି।
ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି। ସମ୍ବଲପୁରରେ ପେଟ୍ରୋଲ ୯୮.୫୯ ଟଙ୍କା ଓ ଡିଜେଲ ୯୬.୪୭ ଟଙ୍କାରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଟଙ୍କା ଓ ଡିଜେଲ ୧୦୦.୭୮ଟଙ୍କାରେ ବିକ୍ରି ହେଉଛି। ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୯୯.୨୩ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ବରରେ ପେଟ୍ରୋଲ ୯୭.୯୮ ଟଙ୍କା ଓ ଡିଜେଲ ୯୫.୮୮ ଟଙ୍କାରେ ବିକ୍ରି ହେଉଛି। କୋରାପୁଟରେ ପେଟ୍ରୋଲ ଦର ୧୦୨.୨୯ ଟଙ୍କା ଥିବାବେଳେ ଡିଜେଲ ୧୦୦.୦୫ ଟଙ୍କା ରହିଛି। କଳାହାଣ୍ଡିରେ ପେଟ୍ରୋଲ ଦର ଲିଟର ପିଛାା ୧୦୦.୬୭ ଟଙ୍କା ଥିବାବେଳେ ଗଜପତିରେ ୧୦୦.୩୦ ଟଙ୍କାରେ ବିକ୍ରି ହେଉଛି।