କରୋନା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ ରହିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ। ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି। ଏଥିସହ ସେ କହିଛନ୍ତି ତୃତୀୟ ଲହର ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଷ୍ଟେରଏଡ୍ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ନୂଆ ଗାଇଡ଼ ଲାଇନ ଅନୁସାରେ ଷ୍ଟେରଏଡ଼ ବ୍ୟବହାର ହେବ। ଅକ୍ସଫୋର୍ଡ ଷ୍ଟଡି ବି ଏହି ସମାନ କଥା କହୁଛି। ଷ୍ଟେରଏଡ ବ୍ୟବହାରର ଭଲ ପ୍ରଭାବ ରହିଛି ଓ ଖରାପ ପ୍ରଭାବ ବି ରହିଛି । ପୂର୍ବରୁ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା ଏହା ନୂଆ ନୁହେଁ। ଯେଉଁମାନଙ୍କ ଅକ୍ସିଜେନ ଆବଶ୍ୟକ ପଡୁଛି ସେମାନଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯାଉଛି। ବର୍ତ୍ତମାନ କୋଭିଡରେ କେବଳ ଯେଉଁମାନେ ଗୁରୁତର ଅବସ୍ଥାରେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି। ତେଣୁ ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।