ଦେଶରେ ୨୨ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ଡେଲଟା ପ୍ଲସ ଭାରିଏଣ୍ଟ। ବିଶ୍ୱରେ ୮୦ଟି ଦେଶରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାସହ ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକ ହେଲା ଆମେରିକା, ଇଂଲଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ଚାଇନା, ଋଷ ଓ ଭାରତ।
ଭାରତରେ ୨୨ ଜଣ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କେରଳ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨ ରୂପ ବଦଳାଇ ଡେଲଟା ପ୍ଲସ ବା ଏଓୱାଇ -୧ ପ୍ରଜାତି ସୃଷ୍ଟି ହୋଇଛି। ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି। ଗତ ମାର୍ଚ୍ଚ ମାସରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖାଦେଇଥିଲା।