ବିରଳ ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀପଠାରୁ ଉଦ୍ଧାର ହୋଇଛି ହଳଦିଆ ରଙ୍ଗର କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି। ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ।
କଇଁଛଟିର ଓଜନ 2 କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁଁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି। ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି।