ଏସ୍ଆଇ ପଦବୀ ପାଇଁ ଓଡ଼ିଶା ପୁଲିସ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
![](https://www.odishalink.com/wp-content/uploads/2021/06/1-8.jpg)
ଭୁବନେଶ୍ୱର: ଆଜିଠୁ ଓଡ଼ିଶା ପୁଲିସ୍ର ୪୭୭ଟି ଏସ୍ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି। ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୁଲିସ୍। ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଛନ୍ତି। ୭୭୨ଜଣ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି। ଏହି ପ୍ରକ୍ରିୟା ୧୫ ଜୁଲାଇ୨୧ ଯାଏଁ ଚାଲିବ।
ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି। ୬ ଅଗଷ୍ଟ ରୁ ୧୬ ଅଗଷ୍ଟ ଯାଏଁ ଏହି ପରୀକ୍ଷା କରାଯିବ। ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି। ଆଗରୁ ପ୍ରିଲିମ ଓ ମେନ ପରୀକ୍ଷା ହୋଉଥିଲା,ଏବେ ଏହାକୁ ସରଳିକରଣ କରାଯାଇଛି । ଏବେ ସିଙ୍ଗଲ ପରୀକ୍ଷା ହେବ,ଦୁଇଟି ପେପର ବିଶିଷ୍ଟ ପରୀକ୍ଷା ହବ,ଅବଜେକ୍ଟିଭ ଟାଇପ ପ୍ରଶ୍ନ ପଡିବ।
କମ୍ପ୍ୟୁଟର ମାଧ୍ୟମରେ ଉତ୍ତର ଚେକ କରାଯିବ। ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦିଷ୍ଟ ସମୟ ସୀମା ରଖାଯାଇଛି। ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ମାନଙ୍କୁ ଏସ୍ଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି। ତାମିଲନାଡୁ ପରେ ଓଡ଼ିଶା ତୃତୀୟ ଲିଙ୍ଗଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।