ଦୋକାନରେ ଲାଗିବ କରୋନା ଟିକା ସାର୍ଟିଫିକେଟ୍

ବ୍ରହ୍ମପୁର: ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା ସାର୍ଟିଫିକେଟ୍। ଦୋକାନୀମାନେ ସିଙ୍ଗଲ ଡୋଜ୍ କିମ୍ବା ଡବଲ୍ ଡୋଜ୍ର ସାର୍ଟିଫିକେଟ୍ ଦୋକାନ ସାମ୍ନାରେ ଲଗାଇବାକୁ ଜିଲ୍ଲାପାଳ ଟ୍ୱିଟ କରି ଅନୁରୋଧ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ସବୁ ଦୋକାନୀ ଓ ଭେଣ୍ଡରଙ୍କୁ ଟ୍ୱିଟରରେ ଏପରି ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ପଞ୍ଚସୂତ୍ରୀ ନିୟମ ସହ ଏହାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ ଯାଞ୍ଚ କରିବେ ବୋଲି କୁହାଯାଇଛି। ଏହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି ହେବ ଏବଂ ସଂକ୍ରମଣ କମିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।