ତୃତୀୟ ଲହର ଆସିବାର ସମ୍ଭାବନା ରହିଛି, ନିୟମ ମାନନ୍ତୁ: ଡିଏମଇଟି

ଭୁବନେଶ୍ବର: କରୋନା ତୃତୀୟ ଲହର ନେଇ ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ କିଛି ଲୋକ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି। ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି। ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ଲୋକମାନେ ଯଦି କୋଭିଡ୍ ନିୟମ ସଠିକ୍ ଭାବେ ମାନିବେ ୟାକୁ ବି ଏଡାଇ ଦେଇହେବ।
ଏଥିସହ ସେ କହିଛନ୍ତି, ରାଜ୍ୟରେ ୨୨ଟି ଡେଲଟା ପ୍ଲସ୍ ଭେରିଏଣ୍ଟ ଚିହ୍ନଟ ହୋଇଛି। ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ। ଡେଲଟା ପ୍ଲସ୍ ଭେରିଏଣ୍ଟକୁ ନେଇ ସବୁସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି। କେତେ ସଂକ୍ରମଣ କରିବ, କେତେ ସିଭିୟର ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ସେ ସବୁକୁ ନେଇ ଅନୁଧ୍ୟାନ ଚାଲିଛି। କିଛି ଦେଶରେ ମଧ୍ୟ ଏହି ଭେରିଏଣ୍ଟ ଦେଖାଦେଇଛି। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି। ତେବେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଛି।