ଚଳିତବର୍ଷ ଛେରାପହଁରା କରିବେନି ଗଜପତି

ପୁରୀ: ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜପତି ଛେରାପହଁରା କରିବେନି ବୋଲି ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ଗଜପତି ମନା କରିବାରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏଥିସହ ସକାଳ ସାଢ଼େ ୭ଟାରେ ଜଳଲାଗିର ବ୍ୟବସ୍ଥା ହେବ ନବେ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟ-ପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ବୋଲି ଜିଲ୍ଲାପାଳ କହିଛନ୍ତି।