କାର୍ ଭିତରେ ଚାଲିଥିଲା ରୋମାନ୍ସ, ଧରାପଡିଲେ ଅଭିନେତ୍ରୀ ଓ ସାମ୍ବାଦିକ

ଚନ୍ଦ୍ରଶେଖରପୁର: କାର୍ ଭିତରେ ଚାଲିଥିଲା ରୋମାନ୍ସ। ସମୟ ରାତି ପ୍ରାୟ ୩ଟାରେ ଇନ୍ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍ ସନ୍ଦେହଜନକ ଅବସ୍ଥାରେ ଦେଖି ପିସିଆର ଭ୍ୟାନ ଆସି ସେଠାରେ ପହଞ୍ଚିଲା। ଅସଞ୍ଜତ ଅବସ୍ଥାରେ କାର ଭିତରୁ ବାହାରିଥିଲେ ଜଣେ ଅଭିନେତ୍ରୀଙ୍କ ସହ ଜଣେ ସାମ୍ବାଦିକ।
ସେହିବାଟରେ କାହାର ଯାତାୟାତ ନଥିବା ବେଳେ ଡ୍ୟୁଟିକୁ ଯାଉଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା ଦୋହଲୁଥିବା କାର ଉପରେ। ଏନେଇ ସେ ପିସିଆର ଭ୍ୟାନକୁ ଫୋନ୍ କରି ଜଣାଇଥିଲେ। ପୁଲିସ ସେଠାରେ ପହଞ୍ଚି କାର ଡୋର ବାଡେଇ ଥିଲା। ପରେ ଦୁଇ ଜଣ ଯାକ ବାହାରକୁ ଆସିଥିଲେ। ସାମ୍ବାଦିକ ଜଣଙ୍କ ମଦ୍ୟପାନ କରିଥିଲେ। ପ୍ରଥମେ ଆଇକାର୍ଡ ଦେଖାଇ ପୁଲିସକୁ ନାଲିଆଖି ଦେଖାଇଥିଲେ। ପୁଲିସ କିଛି ନଶୁଣି ସେମାନଙ୍କୁ ଥାନାକୁ ଯିବା ପାଇଁ କହିଥିଲା।
ଯୁବକ ଓ ଯୁବତୀ ଏକ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍ରେ କାମ କରୁଛନ୍ତି ବୋଲି ପରିଚୟ ଦେଇଥିଲେ। ଯୁବତୀ ଜଣକ ବହୁ ଆଲବମ୍ର ନାୟିକା ବୋଲି ଜଣାପଡ଼ିଥିଲା। ସେମାନେ ରାତି ଡ୍ୟୁଟି ସାରି ଷ୍ଟୁଡିଓରୁ ଫେରୁଥିଲେ ବୋଲି କହିବା ସହ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ।
ତେବେ ପିସିଆର୍ କର୍ମଚାରୀମାନେ ସେମାନଙ୍କୁ ଥାନାକୁ ନେଇ ଯାଇଥିଲେ। କିଛି ସମୟ ପରେ ସେମାନଙ୍କ କାର୍ଯ୍ୟାଳୟରୁ ଜଣେ ବରିଷ୍ଠ ଅଧିକାରୀ ଥାନା ଅଧିକାରୀଙ୍କୁ ଫୋନ୍ କରି ସେମାନଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ। ପରେ ପୁଲିସ ସେମାନଙ୍କୁ ରାସ୍ତାରେ ଏମିତି ରୋମାନ୍ସ ନକରିବାକୁ ତାଗିଦ୍ କରି ଛାଡି ଦେଇଥିଲା