କଳିଯୁଗରେ ନିଆରା ସ୍ବୟଂବର, ଧନୁ ଭାଙ୍ଗି ବିବାହ କଲେ ଯୁବକ

ପାଟନା: ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ସ୍ବଂୟବରରେ ଶିବଧନୁ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିଥିଲେ। ଯାହା ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ। ହେଲେ କଳିଯୁଗରେ ସ୍ବୟଂବରର ପୁନରାବୃତ୍ତି ଦେଖିବାକୁ ମିଳିଛି। ବିହାରର ସାରଣ ଜିଲ୍ଲାରେ ରାମାୟଣରେ ହୋଇଥିବା ସ୍ବୟଂବର ଭଳି ଏକ ସ୍ବୟଂବର ଆୟୋଜିତ କରାଯାଇଥିଲା। ଧନୁ ଭାଙ୍ଗି ବର ବେଶରେ ଥିବା ଯୁବକ ଜଣକ ବଧୂ ବେଶରେ ଥିବା ଯୁବତୀଙ୍କ ବେକରେ ଫୁଲମାଳ ପକାଇଥିଲେ। ଏଭଳି ନିଆରା ବାହାଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସାରଣ ଜିଲ୍ଲାର ସବଲପୁରରେ ହେଉଥିବା ଏକ ବିବାହ ଉତ୍ସବରେ ତ୍ରେତୟା ଯୁଗ ଭଳି ଧନୁ ସ୍ବୟଂବର ହୋଇଥିଲା। ହେଲେ ବାସ୍ ଫରକ ଏତିକି ଥିଲା ଯେ, ତ୍ରେତୟା ଯୁଗରେ ମହାନ୍ ଯୋଦ୍ଧା, ରାଜ ମାନେ ସାମିଲ ଥିଲେ ସ୍ବୟଂବରରେ। ରାଜା ଜନକଙ୍କ ପ୍ରତିଜ୍ଞା ମଧ୍ୟ ଥିଲା ଯେ, ଯିଏ ଶିବଧନୁ ଭାଙ୍ଗିବ ସେ ସୀତାଙ୍କୁ ବିବାହ କରିବ। ହେଲେ ସବଲପୁରରେ ହୋଇଥିବା ସ୍ବୟଂବରରେ ପୂର୍ବରୁ ସବୁ ନିର୍ଦ୍ଧାରିତ ହୋଇ ସାରିଥିଲା। ଏଭଳି ନିଆରା ବିବାହ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଥିଲା।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ବୟଂବର ଭଳି ବାହାଘରରେ ସମସ୍ତ ରୀତିନୀତି ହେଉଥିଲା। ମଣ୍ଡପରେ ଥିବା ବର ଧନୁ ଉଠାଇବା ସହ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ପରେ ଧନୁ ଭାଙ୍ଗିଥିଲେ। ଏହାପରେ ବରକନ୍ୟା ଭଉୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ।
ଏଭଳି ନିଆରା ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ହେଲେ ଦେଖିବାକୁ ମିଳିଛି ଯେ, ବିବାହ ସମାରୋହରେ କୋଭିଡ ଗାଇଡଲାଇନ୍ କଟକଣାକୁ କେହି ମାନୁନଥିବା ଦେଖିବାକୁ ମିଳିଛି। ଭିଡ଼ ଏପରି ଥିଲା ଯେ ସାମାଜିକ ଦୂରତା କାହାରି ମଧ୍ୟରେ ନଥିଲା।