‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦ ଓ ଅର୍ଜୁନ ପୁରସ୍କାର ପାଇଁ ଲାକ୍ରାଙ୍କ ନାଁ ସୁପାରିସ୍

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଆ ଝିଅ ତଥା ଭାରତର ଅଗ୍ରଣୀ ମହିଳା ସ୍ପିଣ୍ଟର ଦୂତୀ ଚାନ୍ଦଙ୍କ ନାମ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିଶ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ହେଉଛି ଖେଳ ରତ୍ନ।
କେବଳ ଦୂତୀଙ୍କ ନାମ ନୁହେଁ ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର। ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର।
ସୂଚନାଥାଉକି, ଗତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଦୂତୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରାଜ୍ୟ ସରକାର ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିସ୍ କରିଛନ୍ତି।
ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ରାଜ୍ୟସରକାର ମୋର ନାମ ସୁପାରିସ କରିଥିବାରୁ ମୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାର୍ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆପଣଙ୍କ ଆଶୀର୍ବାଦ ସବୁବେଳ ମୋ ଉପରେ ଏମିତି ରହିଥାଉ। @Naveen_Odishahttps://t.co/5onI2eW0AB
— Dutee Chand (@DuteeChand) June 29, 2021
ଦୂତୀ ଚାନ୍ଦ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ରାଜ୍ୟ ସରକାର ମୋର ନାମ ସୁପାରିସ କରିଥିବାରୁ ମୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆପଣଙ୍କ ଆଶୀର୍ବାଦ ସବୁବେଳ ମୋ ଉପରେ ଏମିତି ରହିଥାଉ।