କୋଭାଭାକ୍ସ ଟ୍ରାଏଲକୁ ମନା

ନୂଆଦିଲ୍ଲୀ: କୋଭିିସିଲ୍ଡ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)କୁ ଝଟକା। କେନ୍ଦ୍ର ସରକାରଙ୍କ ସରକାରୀ ପ୍ୟାନେଲ୍ ୨-୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେବାକୁ ବିରୋଧ କରିଛି।
ସେରମ୍ ୨ ରୁ ୧୭ ବର୍ଷ ବୟସର ୯୨୦ ପିଲାଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା ପାଇଁ ଡିସିଜିଆଇରେ ଆବେଦନ କରିଥିଲା। କିନ୍ତୁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ପରୀକ୍ଷଣକୁ ଅନୁମତି ଦେବାକୁ ମନା କରିଦେଇଛି।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଟିକା କୌଣସି ଦେଶରେ ଅନୁମୋଦିତ ହୋଇନାହିଁ। ତେଣୁ ଏହାକୁ ପରୀକ୍ଷା କରିବାକୁ ଅନୁମତି ଦିଆଯିବା ଏବେ ସମ୍ଭବ ନୁହେଁ। କମିଟି ଆହୁରି ମଧ୍ୟ କହିଛି ଯେ ସେରମ୍ ପ୍ରଥମେ ବୟସ୍କଙ୍କ ଉପରେ ଏହାର ଟିକା ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଦାଖଲ କରିବା ଉଚିତ। ଏହାପରେ ପିଲାଙ୍କ ଉପରେ ପରୀକ୍ଷା କରିବା ଦିଗରେ ଆଗେଇବ।