୭୦% ସିଲାବସ୍ରୁ ହେବ ମାଟ୍ରିକ୍ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍ ପରୀକ୍ଷା ଫଳ। ଏହାକୁ ନେଇ ରାଜ୍ୟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କରିଥିଲେ ହୋହାଲ୍ଲା ପ୍ରସଙ୍ଗ। ଏସବୁ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରଖିଛନ୍ତି ପ୍ରତିକ୍ରିୟା ସେ କହିଛନ୍ତି ଯେ, ୭୦ ପ୍ରତିଶତ ସିଲାବସ୍ରୁ ହେବ ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ। ଯୁକ୍ତ ଦୁଇରେ ନାମଲେଖା ପାଇଁ ସେହି ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯେଉଁ ଛାତ୍ରଛାତ୍ରୀ ରେଜଲ୍ଟ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ସୂଚନାଥାଉକି, ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଜୁଲାଇ ୩୦ ତାରିଖରୁ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲପ୍ ଆରମ୍ଭ ହେବ ଓ ଏହା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି।