ଦୁଇ ଦୁଇଟି ବାଲ୍ୟବିବାହ ଅଟକାଇଲା ଚାଇଲ୍ଡଲାଇନ
![](https://www.odishalink.com/wp-content/uploads/2021/06/Child-Marriage-.jpg)
ବାଲିଆପାଳ: ବାଲ୍ୟବିବାହ ଅଟକାଇଲା ଚାଇଲ୍ଡଲାଇନ। ବାଲ୍ୟବିବାହ ପୂର୍ବରୁ ୨ ଜଣ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବିକ, ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ହେବାକୁ ଥିବା ଦୁଇଟି ବାଲ୍ୟ ବିବାହକୁ ବାଲିଆପାଳ ଚାଇଲ୍ଡଲାଇନ ତରଫରୁ ବନ୍ଦ କରାଯାଇଛି। ଦେଉଳା ପଞ୍ଚାୟତର ଜଣେ ୧୭ ବର୍ଷିୟା ନାବାଳିକା ସହିତ ୨୪ ବର୍ଷ ଯୁବକଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିଲା। ବାଲେଶ୍ୱର ଚାଇଲ୍ଡ ଲାଇନ ଖବର ପାଇଁ ବାଲିଆପାଳ ସବ୍ସେ୍ଟର ଟିମ୍ ମେମ୍ବର ଉତ୍ତମ କୁମାର ନାୟକ, ସ୍ୱପ୍ନାରାଣୀ ଜେନା, ଆଇସିଡିଏସର କଳ୍ପନା ଭୂୟାଁ ବାଲିଆପାଳ ପୁଲିସ ସହିତ ଦେଉଳା ଗ୍ରାମରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ।
ଅନ୍ୟପଟେ ସେହିପରି ପ୍ରତାପପୁର ପଞ୍ଚାୟତରେ ଅନ୍ୟ ଏକ ୧୫ ବର୍ଷୀୟ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ସେଠାରେ ମଧ୍ୟ ଚାଇଲ୍ଡଲାଇନ ଅଧିକାରୀମାନେ ପହଞ୍ଚି ବାହାଘର ବନ୍ଦ କରିଥିଲେ।