ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ ସମୀକ୍ଷା, ଘରେ ରହି ଦେଖନ୍ତୁ ରଥଯାତ୍ରା
![](https://www.odishalink.com/wp-content/uploads/2020/04/DGP-Odisha-Abhay.jpeg)
ପୁରୀ: ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା। ପୁରୀ ଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି। ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି।
ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା। ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଲେ ପୋଲିସ ଡିଜି। ଗତ ବର୍ଷ ପୁରୀବାସୀଙ୍କ ସହଯୋଗ ଯୋଗୁଁ ରଥଯାତ୍ରା ସଫଳ ହୋଇଥିଲା ବୋଲି କହିଛନ୍ତି ଡିଜିପି। କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। କେତେ ପୋଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ।
ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ। ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।