ସାଙ୍ଗ ସହ ମିଶି ଭାଉଜକୁ ଦୁଷ୍କର୍ମ କଲା କାମୁକ ଦିଅର

ଭୁବନେଶ୍ୱର: ଭାଉଜ-ଦିଅର ପିବତ୍ର ସମ୍ପର୍କରେ କଳଙ୍କ ଲଗାଇଲା କାମୁକ ଦିଅର। ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ସାଙ୍ଗ ସହ ରଚିଲା ଷଡଯନ୍ତ୍ର। ସାଙ୍ଗ ସହ ମିଶି ଏକ ଭଡାଘରେ ରଖି ଦୁଷ୍କର୍ମ କରି ଫେରାର ହୋଇଯାଇଛି।
ସୂଚନା ମୁତାବକ, ୬ ଦିନ ପୂର୍ବରୁ ଦିଅର ଭାଉଜକୁ ନେଇ ସାଲିଆ ସାହିରେ ରଖିଥିଲା ସେଠାରେ ତାକୁ ନୀଳା ସହଯୋଗ କରିଥିଲା। ନୀଳା ଓ ଦିଅର ଉଭୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମହିଳାଜଣଙ୍କ ଦୁଇ ଜଣଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ଚନ୍ଦ୍ରଶେଖେର ଥାନା ପୋଲିସ ଦିଅରର ସାଙ୍ଗକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ନୀଳା ପଟ୍ଟନାୟକ ସେ ନୀଳାଦ୍ରି ବିହାରର ଏକ ବସ୍ତିରେ ରୁହନ୍ତି।ତେବେ ମୁଖ୍ୟ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛି।